ସମ୍ବଲପୁର: ବଲିଉଡର ଆଗଧାଡ଼ିର ଲୋକପ୍ରିୟ କଣ୍ଠଶିଳ୍ପୀ ସାନ୍ ଓଡ଼ିଶାକୁ ପ୍ରଂଶସା କରିଛନ୍ତି । ସମ୍ବଲପୁର ଗସ୍ତରେ ଆସିଥିବା ସାନ୍ ହୀରାକୁଦର ମନୋରମ ଦୃଶ୍ୟ ଦେଖି ବେଶ୍ ଖୁସି ହୋଇଛନ୍ତି । ଏଥିସହ ସେ ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ୱରୀଙ୍କୁ ବି ଦର୍ଶନ କରିଛନ୍ତି ।
ଓଡ଼ିଶା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ବହୁମାତ୍ରାରେ ଦେଶବିଦେଶରୁ ଲୋକମାନେ ଆସି ଦେଖିବା ଆବଶ୍ୟକ । ନିଜେ ସାନ୍ ହୀରାକୁଦ ପରିଭ୍ରମଣ କରିବା ସହ ଏହାର ଦୃଶ୍ୟ ଅତି ମନୋଲୋଭା ବୋଲି କହିଛନ୍ତି । ତେବେ ସାନଙ୍କ ଭିଡ଼ିଓକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଜ ସୋସିଆଲ ମିଡ଼ିଆରେ ଶେୟାର କରିଛି ।