ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଜେଡିରେ କେଁ । ବ୍ରଜରାଜନଗର ପୌରାଧ୍ୟକ୍ଷ ଯାଜ୍ଞସେନି ଓରାମଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ପୌର ପରିଷଦର ସମସ୍ତ ବିଜେଡି କାଉନସିଲର ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବିଜେଡିର ୨୦ କାଉନସିଲର ସମେତ ବିଜେପି ଓ ବିଏସପିର ଜଣେ ଲେଖାଏଁ କାଉନସିଲର ଆଣିଛନ୍ତି ଅନାସ୍ଥା ।
ଗତ କିଛି ଦିନ ହେବ ବିଜେଡିର ଗଡ଼ ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ପୌର ପରିଷଦରେ କାଉନସିଲରଙ୍କ ମଧ୍ୟ ମତାନ୍ତର ଦେଖିବାକୁ ମିଳୁଥିଲା । ପୌର ପରିଷଦ ମୋଟ ୨୩ କାଉନସିଲର ମଧ୍ୟରୁ ୨୨ କାଉନସିଲର ଝାରସୁଗୁଡା ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ପୌରାଧ୍ୟକ୍ଷା ଯାଜ୍ଞସେନି ଓରାମ ମନ ମୁଖୀ କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ଉନ୍ନୟନ ମୂଳକ କାମରେ ବାଧା ସୃଷ୍ଟି କରିବା ନେଇ ଲୋକ ଅତିଷ୍ଠ ହୋଇଯାଇଥିବା ବେଳେ କାଉନସିଲରଙ୍କୁ ସହଯୋଗ କରୁ ନଥିବାରୁ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛନ୍ତି ଭାଇସ ଚେୟାରମ୍ୟାନ ଗୋପାଳ ସିତାନୀ । ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିଜେପି ଓ ବିଏସପିର କାଉନସିଲର ।