କଳାହାଣ୍ଡି: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା । ସେଥିପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା। ପୋଲିସ ଟିମ୍ ପହଁଚିବା କ୍ଷଣି ଗାଁ ଲୋକ ଏକାଠି ହୋଇ ଆକ୍ରମଣ କରିଥିଲେ । ଏମିତିକି ଅବକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସଦର ଥାନାରେ ବିଭାଗ ପକ୍ଷରୁ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।