ଚାଉଳ ଦେବା ନାଁରେ ମହିଳାଙ୍କୁ ଗଣ ଦୁଷ୍କର୍ମ
Khabar Odisha:sarapanch-husband-rapes-a-woman-in-jhirapani
ରାଉରକେଲା, ଜୁଲାଇ ୧୧ (ଖବର ଓଡ଼ିଶା):

ଇସ୍ପାତନଗରୀ ରାଉରକେଲା ଝିରପାଣି ପଞ୍ଚାୟତରେ ଚାଉଳ ଦେବା ନାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ଜଣେ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି ଜନୈକା ମହିଳା ।

ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ଦିନ ମହିଳା ଜଣକ ପଞ୍ଚାୟତ ଅଫିସ୍‌କୁ ଚାଉଲ ଆଣିବାକୁ ଯାଇଥିଲେ । ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ମହିଳାଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣି ନେଇଯାଇଥିଲେ । ଏହା ପରେ ତାଙ୍କ ସହ ଗଣ ବଳାତ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏ ନେଇ ଝିରପାଣି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

  • Tags:

Subscribe

National International State Sports Entertainment