ଝଞ୍ଜାବତୀ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
Khabar Odisha:State-Odisha-Women-deadbody-found-in-jhajabati-river
ରାୟଗଡ଼ା, ଏପ୍ରିଲ ୧୩(ଖବର ଓଡ଼ିଶା):

ରାୟଗଡ଼ା ପୋଲିସ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ରାୟଗଡ଼ା ଜିଲ୍ଲା ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିଲେ । ଏନେଇ ଟାଉନ ଥାନାରେ ପରିବାର ଲୋକେ ଝିଅର ନିଖୋଜ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବତୀଙ୍କ ନାମ କୋ ସରୋଜିନୀ ଓ ତାଙ୍କ ଘର ବକିଟିସାହିରେ ବୋଲି ଜଣାପଡ଼ିଛି । କିନ୍ତୁ ଯୁବତୀଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ହତ୍ୟା ତାହା ସମ୍ପର୍କରେ କୈାଣସି ସୂଚନା ମିଳିନାହିଁ । ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment