ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୋଡିପଥର ଗାଁରେ ଏକ ଅଘଟଣ ଘଟିଯାଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ଯୋଡିପତର ଗାଁର କୃଷ୍ଣଚନ୍ଦ୍ର ଦଳବେହେରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଯୁବକ ଜଣଙ୍କ କାମ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ ବିଦ୍ୟୁତ ତାର ଛିଡି ଏକ ବାଡରେ ପଡିଥିଲା । କିନ୍ତୁ ଯୁବକ ଜଣଙ୍କ ଏ ବିଷୟରେ ଅବଗତ ନଥିଲେ । ଫଳରେ କାମ ଆରମ୍ଭ କରିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି ନେଇ ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।