ଆଜି ସକାଳେ କମର୍ଦ୍ଦା -ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ଏକ ବୃଦ୍ଧ ଶୋଇଥିବାର ଦେଖି ସ୍ଥାନୀୟ ଲୋକ ଦେଖି ଡାକିଥିଲେ । କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । 108 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କମର୍ଦ୍ଦା ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ବୃଦ୍ଧଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବୃଦ୍ଧଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।
ଆଗକୁ ପଢ଼ନ୍ତୁ : ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ