ଆଜିଠୁ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରୁ ପ୍ରଥମ କରି ଦୁଇଟି ଅଲିଭରିଡଲେ ୧୮୫ଟି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବରେ ଜାନୁଆରୀ ମାସରେ ଶେଷ ହୋଇଥିବା ବେଳେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତତ୍ପରତା ପ୍ରକାଶ କରିଛି ।
ଏହି ଅଣ୍ଡାଗୁଡିକ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ଉପାୟରେ ରଖାଯାଇଛି। ଏହି ଅଣ୍ଡାରୁ ଆସନ୍ତା ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ ଅଲିଭରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ। ଏନେଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି ।