ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଂଶସା କରିଛନ୍ତି । ପ୍ରବାସୀ ଭାରତୀୟ ଦିବସକୁ ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ପ୍ରଂଶସା କରିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ସରକାରଙ୍କ ଆତିଥ୍ୟତା ପାଇଁ ପ୍ରବାସୀ ଭାରତୀୟ ପଜିଟିଭ ଫିଡବ୍ୟାକ୍ (ସକ୍ରରାତ୍ମକ ପ୍ରତିକ୍ରିୟା) ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁତ୍ୱ ଦେବାକୁ କହିଛନ୍ତି ଜୟଶଙ୍କର ।
ଚଳିତ ମାସ ୭ ତାରିଖରୁ ୧୦ ତାରିଖ ଯାଏଁ ୩ ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ । ପ୍ରଥମଥର ପାଇଁ ଓଡ଼ିଶାରେ ଏହି କାଯ୍ୟକ୍ରମ ଆୟୋଜନ କରାଯାଇଛି । ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଶ୍ୱର ପାଖାପାଖି ୫୦ଟି ଦେଶର ପ୍ରବାସୀ । ବିଶ୍ୱ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରାଇବାକୁ ହୋଇଥିଲା ବ୍ୟାପକ ପ୍ରସ୍ତୁତି । ଓଡ଼ିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଙ୍ଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ପ୍ରଦର୍ଶିତ କରାଯାଇଥିଲା । ଏଥିସହ ପ୍ରବାସୀ ଭାରତୀୟଙ୍କ ଆଗମନ ପାଇଁ ନବବଧୂ ଭଳି ସଜେଇ ହୋଇଥିଲା ରାଜଧାନୀ ।