ନୂଆଦିଲ୍ଲୀ : ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଆପତ୍ତି ହୋଇଛି। ବୟାନ ଜାରି କରି କଡ଼ା ଆପତ୍ତି ଜଣାଇଲା ରାଷ୍ଟ୍ରପତି ଭବନ। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ ଏହା ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି, ଏହା ଗ୍ରହଣୀୟ ନୁହେଁ । କୌଣସି ବି କ୍ଷେତ୍ରରେ ରାଷ୍ଟ୍ରପତି ଥକିନାହାନ୍ତି ବୋଲି କହିଛି ରାଷ୍ଟ୍ରପତି ଭବନ ରାଷ୍ଟ୍ରପତି ଭବନ।
ସୂଚନା ଥାଉକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୋନିଆ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ଏହି ବିବାଦ ଆରମ୍ଭ ହୋଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ଯେଉଁ ଘଟଣା ପରେ ବିବାଦ ଆରମ୍ଭ ହୋଇଛି।
ସୋନିଆଙ୍କ ଏହି କଥାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଛି। ବିଜେପିର କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟ ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଦ୍ବାରକାରେ ନିର୍ବାଚନ ପ୍ରଚାର ବେଳେ ବର୍ଷିଛନ୍ତି। ସେ କହିଛନ୍ତିକଂଗ୍ରେସର ରୟାଲ ଫ୍ୟାମିଲି ରାଷ୍ଟ୍ରପତିଙ୍କୁ ଅପମାନ କରିଛି। ରାଷ୍ଟ୍ରପତିଙ୍କ ଭାଷଣଙ୍କୁ ବୋରିଂ କହୁଛନ୍ତି । ଏହା ୧୦ କୋଟି ଆଦିବାସୀ ଭାଇ ଭଉଣୀଙ୍କୁ ଅପମାନ। ଏହା ପ୍ରତ୍ୟେକ ଗରିବଙ୍କୁ ଅପମାନ ସଦୃଶ । ଏମାନେ ବିଦେଶ ମାଟିରେ ଭାରତକୁ ଅପମାନିତ କରନ୍ତି।