ବାଗ୍ଦାଦ୍: ଆଜିକାଲି ସାରା ବିଶ୍ୱରେ ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହେଉଛି। ତାଙ୍କ ନାଁ ସାଲୱାନ ମୋମିକା। ସେ ଜଣେ ଇରାକୀ ନାଗରିକ ଥିଲେ, ଯାହାଙ୍କ ମୃତଦେହ ସ୍ୱିଡେନରୁ ମିଳିଥିଲା। କିଛି ଦିନ ତଳେ ସେ ପବିତ୍ର ଇସଲାମ ଗ୍ରନ୍ଥ କୁରାନର ଅନେକ କପି ପୋଡ଼ି ଦେଇଥିଲେ। ଜାନୁଆରି ୨୯ ତାରିଖରେ ତାଙ୍କ ମୃତଦେହ ମିଳିବା ପରେ ସେଥିରେ ଗୁଳି ବାଜିଥିଲା।
ସାଲୱାନ ମୋମିକା ଜଣେ ପୂର୍ବତନ ଇରାକୀ ମିଲିସିଆ ନେତା ଥିଲେ ଯିଏ କ୍ଷମତା ସଂଘର୍ଷ ପରେ ଇରାକ ଛାଡ଼ି ପଳାଇଥିଲେ। ଗତ ବୁଧବାର ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୩୮ ବର୍ଷୀୟା ମୋମିକାଙ୍କୁ ଷ୍ଟକହୋମ ନିକଟ ସୋଦରତାଲଜେ ଅଞ୍ଚଳରେ ଗୁଳି କରାଯାଇଥିଲା।
ସ୍ୱିଡେନ ମିଡିଆ ରିପୋର୍ଟ ଅନୁଯାୟୀ, ମୋମିକା ଯେତେବେଳେ ଟିକ୍ଟକ୍ରେ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ ସେତେବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ତାଙ୍କ ଫୋନ୍ ଉଠାଇ ଲାଇଭ୍ ଷ୍ଟ୍ରିମ୍ ଶେଷ କରିଛି।
୨୦୨୩ରେ ସେ ଇଦ୍ ଅବସରରେ ମୁସଲମାନଙ୍କ ପବିତ୍ର ପୁସ୍ତକ କୁରାନକୁ ଅପମାନିତ କରି ଚର୍ଚ୍ଚାକୁ ଆସିଥିଲେ। ସ୍ୱିଡେନର ରାଜଧାନୀ ଷ୍ଟକହୋମର ସବୁଠାରୁ ବଡ ମସଜିଦ ସମ୍ମୁଖରେ ସାଲୱାନ କୁରାନର ନକଲ ଜାଳି ଦେଇଥିଲେ। ସାଲୱାନ କୋରାନ ଜଳାଉଥିବାର ଭିଡିଓ ସାରା ବିଶ୍ୱରେ ଭାଇରାଲ ହେବା ପରେ ଅନେକ ମୁସଲମାନ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଷ୍ଟକହୋମ୍ କୋର୍ଟରେ ତାଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ଗୁରୁବାର ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏହା ପୂର୍ବରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।