ନୂଆଦିଲ୍ଲୀ: ଦେଶରେ ଅଷ୍ଟମ ବେତନ ଲାଗୁ ହେବା ପାଇଁ ସରକାର ଦ୍ରୁତ ଗତିରେ କାର୍ଯ୍ୟକରୁଛନ୍ତି । ଏହା ଦ୍ୱାରା ୩ ଗୁଣା ବଢିବ କର୍ମଚାରୀଙ୍କ ଦରମା । ଏଥିରେ କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ । ସେହିପରି ପେନସନ୍ ରାଶୀ ହେବା ନେଇ ସୁନିଶ୍ଚିତ କରାଯାଇଛି, ଯାହ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଜି ସଂସଦର ଉଭୟ ଗୃହରେ ସମ୍ବୋଧନ କରି ନିଜ ଅଭିଭାଷଣରେ ଏପରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି କହିଛନ୍ତି, ଆମ ସରକାର ମହିଳାଙ୍କ ସଶକ୍ତ କରିବାକୁ ବହୁ କାମ କରୁଛନ୍ତି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଅଲମ୍ପିକ୍ସରେ ଝିଅମାନେ ପଦକ ଜିତୁଛନ୍ତି । ଦେଶରେ କନେକ୍ଟଭିଟି ବଢିଛି । ୧୦ ବର୍ଷରେ ବିମାନବନ୍ଦର ସଂଖ୍ୟା ୨ଗୁଣା ବଢିଛି । ଆଦିବାସୀ ଅଞ୍ଚଳରେ ୩୦ଟି ମେଡିକାଲ୍ କଲେଜ ଖୋଲାଯାଇଛି, ଯାହାର ଫାଇଦା ସମାଜର ପ୍ରତ୍ୟେକ ବିଭାଗ ଦ୍ୱାରା ଉପଲବ୍ଧ ହେଉଛି । ଟେକ୍ନୋଲୋଜୀ କ୍ଷେତ୍ରରେ ବି ଭାରତ ଏବେ ପ୍ରମୁଖ ରାଷ୍ଟ୍ର ପାଲଟିଛି । ସେହିପରି ମଧ୍ୟବିତ୍ତ ଯେତେ ସ୍ୱପ୍ନ ଦେଖିବ ଦେଶ ସେତେ ଆଗେଇବ ବୋଲି କହିଛନ୍ତି ରାଷ୍ଟ୍ରପତି ।
ଅଧିକ ପଢନ୍ତୁ: ୩୦ ଲକ୍ଷ କୋଟିପତି ଭଉଣୀ ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି: ରାଷ୍ଟ୍ରପତି
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଆମ ସରକାର କ୍ରମାଗତ ଭାବରେ ମିଶନ ମୋଡରେ କାର୍ୟ୍ୟ କରୁଛନ୍ତି, ଯାହାର ଫାଇଦା ମଧ୍ୟ ଦେଖାଯାଉଛି । ବିଦେଶରୁ ବହୁ ପୁଞ୍ଜି ବିନିଯୋଗ ଆସୁଛି ଏବଂ ଏହି କାରଣରୁ ଦେଶର ଯୁବକମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ନିଜ ସମ୍ବୋଧନରେ ସେ ସମ୍ବିଧାନର ୭୫ ବର୍ଷ ପୂରଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସେ ଜମ୍ମୁ କାଶ୍ମୀରରେ ରେଳ ପ୍ରକଳ୍ପର ସମାପ୍ତିକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହିତ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଧରଣର ଅଗ୍ରଗତି ଘଟିଥିବା କଥା କହିଛନ୍ତି ।