ଯାଜପୁର: ସ୍କୁଲ ଯିବା ବାଟରେ ଘଟିଲା ଦୁର୍ଘଟଣା। ହସଖୁସିରେ ସ୍କୁଲ ଯାଉଥିବା ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା। ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
ସୂଚନା ଅନୁସାରେ, ଅର୍ଚ୍ଚିତା ବେହେରା ଓ ଝରଣା ବହେରା ୨ଜଣ ଛାତ୍ରୀ ସ୍କୁଲ ଯାଉଥିଲେ । ଏହି ସମୟରେ ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଦ୍ରୁତଗତିରେ ଏକ ହାଇୱା ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୨ଜଣ ଛାତ୍ରୀ ଆହତ ହୋଇଥିଲେ।
ସେମାନଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ପଠାଯାଇଛି । ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଛି । ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ପୋଲିସ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ସ୍ଥିତିକୁ ନିୟନ୍ତ୍ରଣ କରିଛି ।
ଆଗକୁ ପଢ଼ନ୍ତୁ : ଅଜଣା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି