କେନ୍ଦୁଝର: ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପୋଲିସ ଇଚ୍ଛାପୁର ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ନନ୍ଦିପଦା ଥାନା ଇଛାପୁର ଗ୍ରାମର ସୁଶାନ୍ତ କୁମାର ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ କରିଥିଲେ । ଏନେଇ ବିଜେପି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଳିଗାଁ ଗ୍ରାମର କହେଁଇ ଚରଣ ଦାସ ନନ୍ଦିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।