କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମରେ ମୋବାଇଲ୍ ଫାଟି ଘର ଜଳି ଯାଇଛି । ଚାର୍ଜରେ ଲାଗିଥିବା ମୋବାଇଲ ବିସ୍ଫୋରଣ ହେବାରୁ ଘର ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୌଭାଗ୍ୟବଶତଃ ୫ ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଜୁନାଗଡ଼ ଥାନା କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମର ବିକ୍ରମ ଜାନୀଙ୍କ ଘରେ ଗତକାଲି ରାତିରେ ମୋବାଇଲକୁ ଚାର୍ଜରେ ଲଗାଇ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା। ନିଦ ଭାଙ୍ଗିବା ପରେ ପରିବାର ଲୋକେ ବାହାରକୁ ଆସି ପ୍ରାଣ ବଞ୍ଚାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଆର୍.ଆଇ. କ୍ଷୟକ୍ଷତିର ଆକଳନ କରିଥିବା ବେଳେ ସରପଞ୍ଚ ସରକାରୀ ସହାୟତା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ବର୍ତ୍ତମାନ ପୀଡ଼ିତ ପରିବାର ସହାୟତାକୁ ଅପେକ୍ଷା କରିଛନ୍ତି।