ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳର ମୁସ୍କିଲ୍ କମିବାର ନାଁ ନେଉନାହିଁ। ଟିମ୍ ଇଣ୍ଡିଆର ଜଣେ ପ୍ରମୁଖ ଯୁବ ବ୍ୟାଟର ଏବେସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ହୋଇପାରି ନାହାଁନ୍ତି, ଯହାକି ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି।
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଆଗାମୀ ସିରିଜ୍ ପାଇଁ ଦଳ ଘୋଷଣା ହୋଇଥିଲେ ହେଁ, ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କ ଫିଟନେସକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇ ନଥିବାରୁ ତାଙ୍କୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିଛି।
ଫିଟନେସକୁ ନେଇ ବଢ଼ୁଛି ଅଡ଼ୁଆ
ଭାରତୀୟ ଦଳକୁ ଶ୍ରୀଲଙ୍କା ମାଟିରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଦଳର ପ୍ରମୁଖ ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ। କିନ୍ତୁ ସାଇ ସୁଦର୍ଶନଙ୍କ ଫିଟନେସ୍ ଟେଷ୍ଟ ଏବଂ ରିକଭରି ପ୍ରକ୍ରିୟା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଯଦି ସେ ସମୟ ମଧ୍ୟରେ ଫିଟ୍ ହୋଇ ନାହାଁନ୍ତି, ତେବେ ଟିମ୍ ରଣନୀତିରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ଏହା ପୂର୍ବରୁ ଦଳର ତାରକା ବୋଲର ଯଶପ୍ରୀତ ବୁମରା ଆହତ କାରନରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡି ସାରିଛନ୍ତି । ଆଉ ତାଙ୍କର ବଦଳ ଖେଳାଳି ଭାବେ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ଆକିବ ନବିଙ୍କୁ ଦଳରେ ସ୍ଥାନ ମିଳିଛି । ଏବେ ସାଇ ସୁଦର୍ଶନ ସଂପୂର୍ଣ୍ଣ ଫିଟ୍ ନ ହେବା ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି ।
Also read: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଲେ ଆହତ ବୁମରା, ସ୍ଥାନ ପାଇଲେ ଆକିବ ନବି