କଟକ ଜିଲ୍ଲା ଆଠଗଡ ଜାନିସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯୈାତୁକ ଜୁଇରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।
ସୂଚନା ଅନୁସାରେ, ଗତ ତିନି ବର୍ଷ ତଳେ ଯୋଡୁମୁଁଗାଁର ସିଦ୍ଧେଶ୍ୱର ନାଏକଙ୍କ ଝିଅ ଜାନିସାହି ଗାଁର କୁଶ ନାଏକଙ୍କୁ ବିବାହ କରିଥିଲେ । ଏହାପରେ ଶାଶୁଘର ଲୋକେ ତାଙ୍କୁ ଅଧିକ ଯୈାତୁକ ଦାବି କରି ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହାସହ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ସନ୍ଦେହ ଆହୁରି ବଢିଯାଇଥିବା ବେଳେ ଶାଶୁଘର ଲୋକେ ମହିଳାଙ୍କୁ ହତ୍ୟା କରିଥିବା ନେଇ ମୃତକ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।