ଢେଙ୍କାନାଳ: ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଶାଗବାରୀ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗରୁତୁର ହୋଇଛନ୍ତି । ଅତ୍ୟଧିକ ଶୀତ ଯୋଗୁଁ ନିଆଁ ପୋଇଁ ହେଉଥିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଲେ ଶାଗବାରୀ ଗାଁର ରାଇମଣି ସିଦ୍ଦୁ ।
ଘରେ ନିଆଁ ଜାଳି ପୋହିଁ ହେଉଥିବା ବେଳେ ଅସାବଧାନତା କାରଣରୁ ଦେହରେ ନିଆଁ ଲାଗି ଯାଇଥିଲା। କ୍ଷଣକରେ ତାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ନିଆଁରେ ପୋଡି ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।