ଭୁବନେଶ୍ଵର: ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା କାର୍। ଭୁବନେଶ୍ଵର ବଡ଼ଗଡ଼ ଥାନା ଅନ୍ତର୍ଗତ କଟକ ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ କଡ଼ରେ ଥିବା ଅଳିଆ ଗଦାରୁ ନିଆଁ ଲାଗି ସେକେଣ୍ଡ ହ୍ୟାଣ୍ଡ କାରଟି ଜଳିଯାଇଛି। ଜଣେ ଅସମାଜିକ ବ୍ୟକ୍ତି ରାସ୍ତାକଡ଼ ଅଳିଆ ଗଦାରେ ନିଆଁ ଲଗାଇଦେବରୁ ନିଆଁ ଅଣାୟତ ହୋଇ କାରଟି ଜଳିଯାଇଛି।
ସୂଚନା ମୁତାବିକ, ଜଣେ ବ୍ୟକ୍ତି ବାହାଘର ମଣ୍ଡପରେ କାମ କରି ରାତି ୧୨ଟାରେ ଫେରୁଥିବାବେଳେ ଅଚାନକ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିଲେ। ହେଲେ ନିଆଁ ଭୀଷଣ ରୂପ ନେଇ ୫୦ମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ସ୍ଥାନୀୟଲୋକ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବଡ଼ଗଡ଼ ପୁଲିସ ଅଭିଯୁକ୍ତକୁ ଧରି ପଚରା ଉଚରା କରୁଥିବା ସମୟରେ ସ୍ଥାନୀୟଲୋକ ମାନଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ନିଆଁ ଯୋଗୁଁ ବାଇପାସ୍ ରାସ୍ତାରେ ଗାଡ଼ି ଚଳାଚଳରେ ଦୀର୍ଘ ଏକ ଘଣ୍ଟା ଧରି ବାଧା ପ୍ରାପ୍ତ ହେଇଥିଲା।
ଅଧିକ ପଢନ୍ତୁ: ତୁଷାରପାତର ଆବରଣ ତଳେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ଭାବନା, ସତର୍କରେ ସେନା