ଭୁବନେଶ୍ୱର: ସାରା ଦେଶ ପାଳୁଛି ୭୭ ତମ ଗଣତନ୍ତ୍ର ଦିବସ। ଏଥିପାଇଁ ଉତ୍ସବମୁଖର ଗାଁ ଠୁ ପଲ୍ଲୀ। ସବୁଠି ଉଡୁଛି ଆମ ଗର୍ବ ଓ ଗୌରବର ପ୍ରତି ତ୍ରିରଙ୍ଗା ପତାକା। ସେହିପରି ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ଏହାସହିତ ଭବ୍ୟ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ। ତେବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଗାନ୍ଧୀମାର୍ଗରେ ଉପସ୍ଥିତ ରହିଥିଲେ।
ଚଳିତ ବର୍ଷ ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି। ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, ସିଆରପିଏଫ୍, ଓଆଇଏସଏଫ୍ ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ହୋଇଛନ୍ତି। ଏହାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି ୧୨ଟି ବିଭାଗର ପ୍ରଜ୍ଞାପନ ମେଢ। ବିଭିନ୍ନ ଜିଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ୍ ବି ଅଂଶ ଗ୍ରହଣ କରିଛନ୍ତି। କୌଶଳ ପ୍ରଦର୍ଶନ କରିଛନ୍ତି ଡେୟାର ଡେଭିଲ୍ ସହ ସ୍କେଟିଂ ଗ୍ରୁପ। ତେବେ ଉକ୍ତ ସମାରୋହରେ ସାମିଲ ହୋଇ ଆମ ଭାରତର ଶକ୍ତି ପ୍ରଦର୍ଶନ ଦେଖିଛନ୍ତି ସାଧାରଣ ଜନତା।
ଅଧିକ ପଢନ୍ତୁ ; ରାଜ୍ୟସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ, ଗାନ୍ଧୀ ମାର୍ଗରେ ହେବ ଚିତ୍ତାକର୍ଷକ ପରେଡ