ଭୁବନେଶ୍ୱର: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ ବୋଲି କହି ସେ ତାଚ୍ଛଲ୍ୟ କରିଛନ୍ତି।
ଜୟନାରାୟଣ କହିଛନ୍ତି, "BJD ମରିଯାଉଥିବା ନେଇ ଲୋକେ କହୁଛନ୍ତି। ସେମାନେ ବଞ୍ଚେଇବା ପାଇଁ ଏଭଳି ସୋ’ କରୁଛନ୍ତି। ତେବେ ନବୀନଙ୍କ ଯେଉଁ ଅଂହ ଥିଲା ଟିକେ କଟିଛି, ଲୋକଙ୍କୁ ଭେଟିବା କଥା ବୋଲି କଟାକ୍ଷ କରିଛନ୍ତି। ଦଳ ନ ମରିକି ବଞ୍ଚିକି ଥାଉ, ସାଲାଇନ ଦରକାର ହେଲେ ଆମେ ଦେବୁ। କୌଣସି ସଂଗଠିତ କ୍ରାଇମ୍ ଓଡ଼ିଶାରେ ନାହିଁ। ମାଫିଆ ଥିଲେ, ଆଜି ନାହିଁ। ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ କରିନୁ" ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।