ନୂଆଦିଲ୍ଲୀ: ଘୋଷଣା ହୋଇଛି ପୁଲିସ ମେଡାଲ। ୨୦୨୬ ଗଣତନ୍ତ୍ର ଦିବସ ପାଳନ ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ପ୍ରତିରକ୍ଷା (HG&CD) ଏବଂ ସଂଶୋଧନ ସେବାର ମୋଟ ୯୮୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ଏବଂ ସେବା ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଏହି ସମ୍ମାନରେ ୧୨୫ଟି ବୀରତ୍ୱ ପଦକ ଅନ୍ତର୍ଭୁକ୍ତ ରହିଛି।
ପୋଲିସ ସେବା ପାଇଁ ୬୬୪ ପଦକ
ବିବୃତ୍ତି ଅନୁଯାୟୀ, ବିଶିଷ୍ଟ ସେବା ପାଇଁ ମୋଟ ୧୦୧ ରାଷ୍ଟ୍ରପତି ପଦକ (PSM) ମଧ୍ୟରୁ ୮୯ଟି ପୋଲିସ ସେବାକୁ, ୫ଟି ଅଗ୍ନିଶମ ସେବାକୁ, ତିନୋଟି ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ସେବାକୁ ଏବଂ ଚାରିଟି ସଂଶୋଧନ ସେବାକୁ ପ୍ରଦାନ କରାଯାଇଛି। ସେହିପରି, ମେରିଟୋରିଆସ୍ ସେବା (MSM) ପାଇଁ ମୋଟ ୭୫୬ ପଦକ ମଧ୍ୟରୁ ୬୬୪ଟି ପୋଲିସ ସେବାକୁ, ୩୪ଟି ଅଗ୍ନିଶମ ସେବାକୁ, ୩୩ଟି ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ସେବାକୁ ଏବଂ ୨୫ଟି ସଂଶୋଧନ ସେବାକୁ ପ୍ରଦାନ କରାଯାଇଛି।
ରାଷ୍ଟ୍ରପତି ପୋଲିସ ସେବା ପଦକ ଘୋଷଣ ହୋଇଥିବା ବେଳେ ମୋଟ୍ ୩୧ ଜଣ ଏହି ପଦକରେ ସମ୍ମାନିତ ହେବେ। ସେଥିମଧ୍ୟରୁ ଓଡ଼ିଶାରୁ ଜଣେ CBI ଅଧିକାରୀ ଏଥିରେ ସମ୍ମାନିତ ହେବେ। ଉଲ୍ଲେଖନୀୟ ସେବା ପାଇଁ CBI ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ସେବା ପଦକ।
ଓଡ଼ିଶାର ୪ ଜଣ ପାଇବେ ସାହସିକତା ପଦକ
ସାହସିକତା ପାଇଁ ଏଥର ଓଡ଼ିଶାର ୪ ଜଣ ପୋଲିସ ପାଇବେ ପଦକ। DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ। ସେହିପରି ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ମଧ୍ୟ ଏହି ସାହସିକତା ପଦକ ପାଇବେ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ। ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ମିଳିବ ବିଶିଷ୍ଟ ସେବା ପଦକ। ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ। ମିଳିବIG ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ASP ଶୁଭନାରାୟଣ ମୁଦୁଲି, DSP ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି ମଧ୍ୟ ଏହି ପଦକ ପାଇବେ ବୋଲି ସୂଚନ ମିଳିଛି।
ଅଧିକ ପଢନ୍ତୁ: ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦିଲ୍ଲୀପ ରାୟ