ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ରେଳ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ଏକ ଅଘଟଣ ଘଟିଯାଇଛି । ରାସ୍ତା କଡରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ପଡିରହିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ଅମ୍ବାଦଳା ଥାନା ରେଲୱେ ପଡ଼ାର ସିମାଞ୍ଚଳ ସାହୁ (ବୁଲୁ) ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଧା କଟା ପାପୁଲି ପଡ଼ିଥିବା ବେଳେ କେହି ଜଣେ ତାଙ୍କର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି ।
ତେବେ ବର୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟ୍ ଫୀକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।