ପାଟନା: ତେଜସ୍ୱୀ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ପାଟନାରେ ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରବିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଲାଲୁ ପ୍ରସାଦ ଯାଦବ, ରାବଡି ଦେବୀ ଓ ସୀମା ଭାରତୀ ସମେତ ପାର୍ଟିର ପ୍ରାୟତଃ ସମସ୍ତ ବଡ ନେତା ଉପସ୍ଥିତ ଥିଲେ । ବୈଠକ ସମୟରେ ଆରଜେଡିର ବିହାର ରାଜ୍ୟ ସଭାପତି ମଙ୍ଗନୀ ଲାଲ ମଣ୍ଡଳ ଏହାର ଘୋଷଣା କରିଛନ୍ତି ।
ପାଟନାର ଏକ ହୋଟେଲରେ ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସ୍ତାବ ଭୋଲା ଯାଦବ ରଖିଥିଲେ । ଲାଲୁଙ୍କ ନିର୍ଦ୍ଦେଶରେ ରଖା ଯାଇଥିବା ଏହି ପ୍ରସ୍ତାବ ଉପରେ କାର୍ଯ୍ୟକାରିଣୀ ସଦସ୍ୟ ହାତ ଉଠାଇ ସମର୍ଥନ ଦେଇଛନ୍ତି । ଲାଲୁଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାର୍ଟିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରାଯାଇଛି । ତେଜସ୍ୱୀଙ୍କୁ ଅଧ୍ୟକ୍ଷ ପଦର ସମସ୍ତ ଶକ୍ତି ଓ କ୍ଷମତା ଦିଆଯାଇଛି ।
ଜଣେ ଆରଜେଡି ନେତା ଗଣମାଧ୍ୟମମ ସହ ଆଲୋଚନା ବେଳେ କହିଛନ୍ତି, ବୈଠକରେ ଉପସ୍ଥିତ ପ୍ରାୟତଃ ସମସ୍ତ ନେତା ତେଜସ୍ୱୀ ଯାଦବଙ୍କୁ ଦାୟିତ୍ୱ ଦେବାକୁ ଦାବି କରିଥିଲେ । ପାର୍ଟି ନେତାଙ୍କ କହିବା କଥା ତେଜସ୍ୱୀ ଏବେ ବିହାର ତଥା ଆରଜେଡିର ଭବିଷ୍ୟତ । ଏହା ପରେ ତେଜସ୍ୱୀ ଯାଦବଙ୍କୁ ପାର୍ଟିର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଲାଲୁ ପ୍ରସାଦ ଯାଦବ ଏହାର ସାର୍ଟିଫିକେଟ୍ ତେଜସ୍ୱୀ ଯାଦବଙ୍କୁ ପ୍ରଦାନ କରିଥିଲେ । ଆରଜେଡି ଏକ୍ସରେ ମଧ୍ୟ ଏହାର ସୂଚନା ଦେଇଛି । ଏହା ସହିତ ଆରଜେଡିରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି ।
Also read: ଯଦି ଭେଦଭାବ ହୋଇଥାନ୍ତା ତେବେ ଶାହରୁଖ-ସଲମାନ ଷ୍ଟାର କେମିତି ହୋଇଥାନ୍ତେ ? ଏଆର ରେହମାନଙ୍କୁ ଅରୁଣ ଗୋଭିଲଙ୍କ ଜବାବ