ନୂଆଦିଲ୍ଲୀ: ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ର ୩୯ତମ ସ୍ୱତନ୍ତ୍ର ଅଧିବେଶନରେ ଏକ ବଡ ଭୂ ରାଜନୈତିକ ଓଲଟ ପାଲଟ ଦେଖିବାକୁ ମିଳିଛି । ଇରାନରେ ମାନବାଧିକାର ସ୍ଥିତିକୁ ନେଇ ପାଶ୍ଚାତ୍ୟ ଦେଶ ଦ୍ୱାରା ଲଗାଯାଇଥିବା ନିନ୍ଦା ପ୍ରସ୍ତାବ ଉପରେ ଭାରତ ଖୋଲାଖୋଲି ଇରାନର ସମର୍ଥନ କରିଛି । ଭାରତ କେବଳ ଏହି ପ୍ରସ୍ତାବକୁ ବିରୋଧ କରିନି ବରଂ ନୋ ଭୋଟ୍ ଦେଇ ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକା ଓ ୟୁରୋପୀୟ ଗୋଷ୍ଠୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
କଣ ଥିଲା ପ୍ରସ୍ତାବ ?
ଏହି ମତଦାନ ପ୍ରସ୍ତାବରେ ଇସଲାମିକ ରିପବ୍ଲିକ ଅଫ ଇରାନରେ ମାନବାଧିକାରର ବିଗୁଡିଥିବା ସ୍ଥିତିର ନିନ୍ଦା କରିବାର ଥିଲା । ବିଶେଷ କରି ଏହି ପ୍ରସ୍ତାବ ୨୦୨୫ ଡିସେମ୍ବର ୨୮ରେ ଇରାନ ଆରମ୍ଭ ହୋଇଥିବା ରାଷ୍ଟ୍ରବ୍ୟାପୀ ବିରୋଧ ପ୍ରଦର୍ଶନ ସଂଦର୍ଭରେ ଅଣା ଯାଇଥିଲା । ପାଶ୍ଚାତ୍ୟ ଦେଶ ଚାହୁଁଥିଲେ ୟୁଏନ ଇରାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ମାତ୍ର ବିଶ୍ୱର ଦକ୍ଷିଣର ଅନେକ ଗୁରୁତ୍ୱପୂର୍ଣ୍ଣ ଦେଶ ଏହି ପାଶ୍ଚାତ୍ୟ ଏଜେଣ୍ଡାକୁ ଖାରଜ କରିଛି ।
ଭୋଟିଂ ଗଣିତ, କିଏ କାହା ସପକ୍ଷରେ ?
ଭୋଟିଂ ସମୟରେ ଆସେମ୍ବଲି ହଲର ମାହୋଲ ଉତ୍ତେଜନାପୂର୍ଣ୍ଣ ଥିଲା । ଦୁନିଆକୁ ଦୁଇ ଗୋଷ୍ଠୀରେ ବାଣ୍ଟି ଦେଇଛି ।
ଭୋଟିଂ ପରିଣାମ
ପ୍ରସ୍ତାବ ସପକ୍ଷରେ- ୨୫ ଭୋଟ୍
ନିରପେକ୍ଷ ରହିଲେ- ୧୪ ଭୋଟ୍
ପ୍ରସ୍ତାବ ବିପକ୍ଷରେ- ୭ ଭୋଟ୍
ଇରାନକୁ ଖୋଲା ସମର୍ଥନ ଦେଲା ଭାରତ
ଭାରତ ନିଜର ପାରମ୍ପରିକ କୂଟନୀତିରୁ ହଟି ଏଥର ନିରପେକ୍ଷ ରହିବା ବଦଳରେ ସିଧାସଳଖ ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇଛି । ଭାରତ ସହିତ ନିମ୍ନୋକ୍ତ ଦେଶ ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇଛନ୍ତି ।
୧ – ଭାରତ
୨ – ଚୀନ
୩ – ଇଣ୍ଡୋନେସିଆ
୪ - ପାକିସ୍ତାନ
୫ – ଇରାକ
୬ – ଭିଏତନାମ
୭ – କ୍ୟୁବା
ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ଦେଶ
୧ - ଫ୍ରାନ୍ସ
୨ – ଜର୍ମାନୀ
୩ – ଇଙ୍କାଲୀ
୪ – ସ୍ପେନ
୫ – ୟୁରୋପୀୟ ୟୁନିୟନ
୬ – ବ୍ରିଟେନ
୭ – ଜାପାନ
୮ - ଦକ୍ଷିଣ କୋରିଆ
୯ - ଆର୍ଜେଣ୍ଟିନା
୧୦ – ଚିଲି
୧୧ – କୋଷ୍ଟାରିକା
ନିରପେକ୍ଷ ରହିଥିବା ଦେଶ
୧ – ବ୍ରାଜିଲ
୨ - ଦକ୍ଷିଣ କୋରିଆ
୩- କାତାର
୪ – କୁଏତ
୫ – ମାଲେସିଆ
୬ – ବାଂଲାଦେଶ