ଭୁବନେଶ୍ୱର: ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ । ଏବେ ବିଭିନ୍ନ ରାଜନୈତିକ ଦଳରେ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରାଜ୍ୟବାସୀଙ୍କ ଦୃଷ୍ଟି ରହିଛି । ଏହାରି ମଧ୍ୟରେ ଶନିବାର ସକାଳୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ରାଜ୍ୟ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦେଖା କରିବା ପ୍ରସଙ୍ଗ ହୋଇଯାଇଛି ।
ଆଜି ଦିଲ୍ଲୀପ ରାୟ ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଆସିଥିଲେ । ସେ ଘର ଭିତରେ ପ୍ରାୟ ଅଧ ଘଣ୍ଟା ଥିଲେ । ବାହାରକୁ ଆସିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ । ତେବେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଉଭୟ ପରସ୍ପରର ବନ୍ଧୁ ଅଟନ୍ତି । ବ୍ୟକ୍ତିଭାବେ ସାକ୍ଷାତ କରିବାକୁ ଆସି ବାପାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ପାରିବାରିକ ସମ୍ପର୍କ ମଧ୍ୟ ରହିଛି । ସେଥିପାଇଁ ସେ ଭେଟିବାକୁ ଆସିଥିଲେ ।
ସେପଟେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀପ ଆଲୋଚନା କରିବାକୁ ଆସିଥିବା ଚର୍ଚ୍ଚା ହେଉଛି ।