କଟକ: ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । କଟକର ଟାଣୁଆ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳରେ ଇସ୍ତଫା ପର୍ବ ସାମିଲ ହୋଇଛନ୍ତି । ଶନିବାର ମୋକିମଙ୍କ ସମର୍ଥକ କୁହାଯାଉଥିବା ୪୧ ଜଣ କଂଗ୍ରେସ ନେତା ସମୂହ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅପାରଗ ନେତୃତ୍ୱକୁ ନେଇ ଇସ୍ତଫା ଦେଇଥିବା କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇସ୍ତଫା ଦେଇଥିବା ନେତା ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି, ମହିଳା ଓ ଯୁବ କଂଗ୍ରେସ କର୍ମକର୍ତ୍ତା ପ୍ରମୁଖ ସାମିଲ ଅଛନ୍ତି । ପ୍ରଥମ ଦଫାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଇସ୍ତଫା ଦେବା ପରେ ଦଳକୁ ବଡ଼ ଝଟକା ଲାଗିଛି । ଆଗକୁ ଆହୁରି କର୍ମକର୍ତ୍ତା କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ମୋକିମଙ୍କ ବହିଷ୍କାର ନିଷ୍ପତ୍ତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ।
ମୋକିମଙ୍କ ସମର୍ଥକ ପସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ବର୍ଷିଛନ୍ତି । ଭକ୍ତ ଦାସଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦଳ ଏବେ ଲୋକଙ୍କ ସ୍ୱର ହେଉ ନାହିଁ ବରଂ କମ୍ପାନୀର ସ୍ୱର ହୋଇଯାଇଛି । ଭକ୍ତ ଦାସ ଲୋକଙ୍କ ସମସ୍ୟା କଥାକୁ ଉଠାଉ ନାହାଁନ୍ତି । ଯିବେ ଉଠେଇଲା ତାଙ୍କ ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କଲେ । ଭକ୍ତ ଦାସ ଟଙ୍କା ନେଇ ଆନ୍ଦୋଳନ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ସମର୍ଥକ ।