ଉଦଳା: ନିଜକୁ ଶ୍ରମ ବିଭାଗ ଅଧିକାରୀ କହି ଲୋକଙ୍କଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା । ଏଭଳି ଚାରି-ଶହ-ବିଶ୍ ମହିଳାଙ୍କୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୋଲିସ ବାନ୍ଧିଛି । ମହିଳାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସେ ହେଲେ କେନ୍ଦୁଝର ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ । ମହିଳାଙ୍କୁ ଋଣ କରାଇଦେବା ପ୍ରତିଶ୍ରୁତି ଦେଇ ୩ କୋଟି ଠକେଇ କରିଥିବା ଜଣାପଡ଼ିଛି ।
ପ୍ରାଥମିକ ସୂଚନା ମୁତାବକ, ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ଅନ୍ୟ ମହିଳାମାନଙ୍କଠାରୁ ଟଙ୍କା ଆଦାୟ କରିଥିଲେ । ମହିଳାମାନଙ୍କୁ ଋଣ କରିଦେବାକୁ ଟଙ୍କା ଆଦାୟ କରିଥିଲେ । ଏଥିରେ ଅନ୍ୟ କିଛି ଲୋକ ମଧ୍ୟ ମଧ୍ୟସ୍ତି ଥିଲେ । ଅଭିଯୋଗ ପରେ କପ୍ତିପଦା ପୋଲିସ ଠକେଇ ଅଭିଯୋଗରେ ବିନୋଦିନୀଙ୍କୁ ଗିରଫ କରିଛି । ଭୁବନେଶ୍ୱର ହଂସପାଳରୁ ତାଙ୍କୁ ଗିରଫ କରାଯାଇଛି । ସେ ଠକେଇରେ ୩୦ରୁ ଊର୍ଦ୍ଧ୍ୱ ସିମ୍ ବ୍ୟବହାର କରିଥିଲେ । ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ଠକେଇ ରହିଛି । ତେବେ ବିନୋଦିନୀ ରାକେଟର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଅନ୍ୟ ମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି ।