କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଏକ ଘରୋଇ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ ହୋଇଛି । ବଡ଼ବିଲରେ ଥିବା ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ୬ ଜଣ ବନ୍ଧୁକ ଧାରୀ ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ୫ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଏବଂ ୮ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଲୁଟେରାମାନେ ୫ଟି ବାଇକରେ ଆସିଥିଲେ । ଖବର ପାଇ ପୋଲିସ ବ୍ୟାଙ୍କରେ ପହଁଚି ଛାନଭିନ୍ ଆରମ୍ଭ କରିଛି । ସେମାନେ ପ୍ରଥମେ ଗ୍ରାହକ ହୋଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ପରେ ଲୁଟ୍ କରିଛନ୍ତି ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ଏହି ଖବର ଅପଡେଟ୍ କରାଯାଉଛି...