ଭୁବନେଶ୍ୱର: ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନ ଥିବା ସତ୍ତ୍ୱେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବ ରାଜ୍ୟ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭକ୍ତ ଦାସ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ହାର୍ ଜିତକୁ ଭୟ ନାହିଁ । ବିଧାନସଭାରେ ଆବଶ୍ୟକ ସଂଖ୍ୟା ନ ଥିବା ସତ୍ତ୍ୱେ କଂଗ୍ରେସ ୩ ରୁ ୪ ଜଣଙ୍କ ନାଁ ସ୍ଥିର କରିଛି । ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରିବ । ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କହିଛନ୍ତି ଭକ୍ତ ।
ଓଡ଼ିଶାର ମୋଟ ୪ଟା ଆସନ ଖାଲି ହେବାକୁ ଯାଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାରେ ବିଜେପି ପାଖରେ ୭୯ଟି ଓ ସ୍ୱାଧୀନ ୨ଟି, ବିଜେଡ଼ି ପାଖରେ ୫୦ ଏବଂ କଂଗ୍ରେସ ନିକଟରେ ମାତ୍ର ୧୪ଟି ଆସନ ରହିଛି ।