ଭୁବନେଶ୍ୱର: ବିଜୁ ଜନତା ଦଳ ଏବଂ ଅରବିନ୍ଦ ମହାପାତ୍ରଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ନେତାଙ୍କୁ ନ୍ୟାୟ ଦେବାକୁ ଅରବିନ୍ଦଙ୍କ ଶତାଧିକ ସମର୍ଥକ ଆଜି ଶଙ୍ଖଭବନ ଘେରିଛନ୍ତି ।
ଶୁକ୍ରବାର ଅରବିନ୍ଦଙ୍କ ସମର୍ଥକମାନେ ଭୁବନେଶ୍ୱର ଅଭିମୁଖେ ଆସିଥିଲେ । ଶତାଧିକ ସମର୍ଥକ ରାଜଧାନୀରେ ପହଁଚି ଶଙ୍ଖ ଭବନ ଘେରିଥିଲେ । ଶତାଧିକ ସମର୍ଥକ ଗର୍ଜିଛନ୍ତି । ଅରବିନ୍ଦଙ୍କ ବିରୁଦ୍ଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇଛି ତାହାର ଜବାବ ମାଗିଛନ୍ତି । ଏହା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ତେବେ ଦଶ ଜଣିଆ ପ୍ରତିନିଧି ଦଳ ଶଙ୍ଖ ଭବନ ଭିତରକୁ ଯାଇଛନ୍ତି । ସେଠାରେ ଉପସ୍ଥିତ ଥିବା ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ ।
ଅନ୍ୟପକ୍ଷରେ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ନବୀନ ନିବାସ ସମ୍ମୁଖରେ କମିଶନରେଟ୍ ପୋଲିସ ପକ୍ଷରୁ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।