ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ। ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ ଅନୁକୂଳ କରାଯାଇଛି।
ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ ଚଳିତ ବର୍ଷର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରେ ପ୍ରଥମ ରଥକାଠ ପହଞ୍ଚିବା ପରେ ଅନୁକୂଳ କରାଯାଇଥିଲା। ବିଦ୍ଧି ମୁତାବକ ରଥକାଠ ପହଞ୍ଚିବା ପରେ ୩ କାଠ ପୂଜା ହୋଇଥିଲା। ପୂଜାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜଗୁରୁ ଓ ବ୍ରାହ୍ମଣ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଥିଲା। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ଆସନ୍ତା ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।
ଅଧିକ ପଢନ୍ତୁ: ଆଜି ପବିତ୍ର ଶ୍ରୀ ପଞ୍ଚମୀ, ସବୁଠି ଚାଲିଛି ମାଆ ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା