ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ୧୨୯ତମ ଜୟନ୍ତୀ ଅବସରରେ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜର ନାଁ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି । ପୂର୍ବତନ ସାଂସଦ ତଥା ତେଲେଙ୍ଗାନା ଜାଗୃତିର ଅଧ୍ୟକ୍ଷ କେ କବିତା ପିଏମ ମୋଦୀଙ୍କୁ ଚିଠି ଲେଖି ନାଁ ବଦଳାଇବାକୁ ସୁପାରିଶ କରିଛନ୍ତି । ସେ ଏହି ଦ୍ୱୀପ ପୁଞ୍ଜର ନାଁ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଏବଂ ଆଜାଦ ହିନ୍ଦ ରଖାଯାଉ ।
ପ୍ରସ୍ତାବ ସପକ୍ଷରେ ତର୍କ ଦେଇ କବିତା କହିଛନ୍ତି, ଏହି ପ୍ରୟାସର ଉଦ୍ଦେଶ୍ୟ ଆଜାଦ ହିନ୍ଦର ସେହି ଅନ୍ତରୀଣ ସରକାରଙ୍କ ସମ୍ମାନ ପାଇଁ, ଯିଏ ୧୯୪୩ରେ ଏହି ଦ୍ୱୀପକୁ ବ୍ରିଟିଶ କବଳରୁ ମୁକ୍ତ କରିଥିଲେ । ଏହି କ୍ଷେତ୍ର ସର୍ବପ୍ରଥମେ ଭାରତୀୟ କ୍ଷେତ୍ର ହୋଇଥିଲା, ଯିଏ ସ୍ୱାଧୀନ ଲାଭ କରିଥିଲା ।
ପିଏମ କାର୍ଯ୍ୟାଳୟକୁ ଲେଖା ହୋଇଥିବା ନିଜ ଚିଠିରେ କବିତା କହିଛନ୍ତି, ଗତ କିଛି ବର୍ଷରେ ସରକାର ଆଜାଦ ହିନ୍ଦ ସେନା ଓ ନେତାଜୀ ସୁଭାଷ ବୋସଙ୍କୁ ସମ୍ମାନିତ କରିଛନ୍ତି । ସରକାର ଏହାର ତିନି ଦ୍ୱୀପର ନାଁ ବଦଳାଇଛନ୍ତି । ମାତ୍ର ଏବେ ବି ପୂରା ଦ୍ୱୀପର ନାଁ ଔପନିବେଶବାଦ ସରକାର ସମୟରେ ରଖା ଯାଇଥିଲା ।
ସେ କେନ୍ଦ୍ର ସରକାରଙ୍କୁ ନାଁ ପରିବର୍ତ୍ତନ ପାଇଁ ସାମ୍ବିଧାନିକ ଓ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଅପିଲ୍ କରିଛନ୍ତି । ପୂର୍ବତନ ସାଂସଦ କହିଛନ୍ତି, ଆଜି ନେତାଜୀ ସୁଭାଷଙ୍କ ୧୨୯ତମ ଜୟନ୍ତୀ । ସେ ବଳପୂର୍ବକ ଏହି ଦ୍ୱୀପକୁ ଇଂରେଜଙ୍କ କବଳରୁ ଛଡାଇ ନେଇଥିଲେ । ଏହାର ନାଁ ଆଜାଦ ହିନ୍ଦ ରଖିଥିଲେ ଏବଂ ୧୯୪୭ ବହୁତ ପୂର୍ବରୁ ଏଠାରେ ଜାତୀୟ ପତାକା ଉଡିଥିଲା ।
Also read: ଏ ପର୍ଯ୍ୟନ୍ତ ୨୧ ନିପାତ, ଝାରଖଣ୍ଡରେ ନକ୍ସଲି ଉପରେ ମୃତ୍ୟୁ ହୋଇ ବର୍ଷିଲେ ଯବାନ