ଋାଞ୍ଚି: ଝାରଖଣ୍ଡର ସାରଣ୍ଡା ଜଙ୍ଗଲରେ ଛପିଥିବା ନକ୍ସଲ ଉପରେ ମୃତ୍ୟୁର ତାଣ୍ଡବ । ୩୬ ଘଣ୍ଟା ଧରି ଜାରି ଏନକାଉଣ୍ଟରରେ ଏ ପର୍ଯ୍ୟନ୍ତ ୨୧ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଗୁରୁବାର ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଆଉ ୬ ଜଣଙ୍କ ଶବ ଜବତ ହୋଇଛି । ମୁଣ୍ଡ ଉପରେ ୨ କୋଟିର ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲି ଅନଲର ମଧ୍ୟ ମୃତ୍ୟୁ ଘଟିଛି ।
ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସାରଣ୍ଡା ଘଞ୍ଚ ଜଙ୍ଗଲରେ ଦୁଇ ଡର୍ଜନ ନକ୍ସଲଙ୍କ ସହିତ ପତିରାମ ମାଞ୍ଝୀ ଓରଫ ଅନଲକୁ ଯବାନ ଘେରି ନେଇଥିଲେ । ସିଆରପିଏଫ ଓ ଝାଡଖଣ୍ଡ ପୋଲିସ ମିଳିତ ଅପରେସନରେ ଏହି ଅଭିଯାନ ଚାଲିଥିଲା । ନକ୍ସଲଙ୍କ ପକ୍ଷରୁ ଫାୟରିଂ ପରେ ସୁରକ୍ଷାବଳ ପ୍ରତିଜବାବ ଦେଇଥିଲେ । ଏଥିରେ କୁଖ୍ୟାତ ନକ୍ସଲ ଅନଲ ସମେତ ୨୧ ଜଣ ନିହତ ହୋଇଛନ୍ତି । ଅନଲ ଉପରେ ଝାଡଖଣ୍ଡ ସରକାର ଏକ କୋଟି, ଓଡିଶା ସରକାର ଏକ କୋଟି ୨୦ ଲକ୍ଷ ଏବଂ ଏନଆଇଏ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।
ଅନଲ ଦା ମାଓବାଦୀଙ୍କ ମିଲିଟାରୀ କମିଶନର ପ୍ରମୁଖ ମଧ୍ୟ ଥିଲା । ନିକଟରେ ସାରଣ୍ଡା ଜଙ୍ଗଲରେ ସୁରକ୍ଷାବଳ ଉପରେ ହୋଇଥିବା ବଡ ବଡ ହମଲାରେ ଅନଲ ଦାର ଭୂମିକା ଥିଲା । ମୃତକ ନକ୍ସଲଙ୍କ ମଧ୍ୟରେ କମାଣ୍ଡର ଅନମୋଲ ଓରଫ ସୁଶାନ୍ତ ମଧ୍ୟ ଥିଲା । ଅନମୋଲ ଉପରେ ଓଡିଶା ସରକାର ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷନା କରିଥିଲେ । ଏ ପର୍ଯ୍ୟନ୍ତ ୧୨ ନକ୍ସଲଙ୍କ ଚିହ୍ନଟ ହୋଇ ପାରିଛି । ମୃତକ ନକ୍ସଲଙ୍କ ମଧ୍ୟରେ ଅନେକ ମହିଳା ମଧ୍ୟ ସାମିଲ୍ । ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ହତିଆର ଓ ବିସ୍ଫୋରକ ଜବତ ହୋଇଛି ।
Also read: ଦୁର୍ଘଟଣା ପରେ ତାତିଲେ ଜନତା, ଭାଙ୍ଗିଲେ ଦେଲେ ୩ଟି ଆମ ବସ୍