କୋରାପୁଟ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସରେ ଆମିଷ ବ୍ୟାନ ନିଷ୍ପତ୍ତି ବଦଳାଇଲେ ଜିଲ୍ଲାପାଳ। ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ସ୍ୱାଭାବିକ ରହିବ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆମିଷ ଖାଦ୍ୟ ବିକ୍ରି ଉପରେ ଯେଉଁ ନିଷେଧାଦେଶ ଜାରି କରାଯାଇଥିଲା, ତାହାକୁ ଜିଲ୍ଲାପାଳ ପ୍ରତ୍ୟାହାର କରିଛନ୍ତି। ସମସ୍ତ ପରିସ୍ଥିତିକୁ ସୁଚିନ୍ତିତ ଭାବେ ବିଚାର କରି କଟକଣା ହଟାଇଲେ ଜିଲ୍ଲାପାଳ। ହେଲେ ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ ଶେଷରେ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଇଦେଇଛନ୍ତି।
ଗଣମାଧ୍ୟମ ସହିତ ଆଲୋଚନା ବେଳେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସ୍ପଷ୍ଟ କରିଥିଲେ ଯେ ପ୍ରସ୍ତୁତି ବୈଠକ ସମୟରେ ବହୁ ସଂଖ୍ୟକ ଲୋକଙ୍କ ଦ୍ୱାରା ପ୍ରକାଶିତ ଦାବି ଉପରେ ଆଧାର କରି ଗଣତନ୍ତ୍ର ଦିବସରେ ମାଂସ ଖାଦ୍ୟ ଉପରେ ନିଷେଧାଦେଶ ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ତ୍ତମାନ “ପ୍ରଶାସନ ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି,” ବୋଲି ସେ ଉଲ୍ଲେଖ କରିଥିଲେ।
ଅଧିକ ପଢନ୍ତୁ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ସେବା ପଦକ; ଓଡ଼ିଶାରୁ ଜଣେ CBI ଅଧିକାରୀ ହେବେ ସମ୍ମାନିତ