ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଘଟଣ। ଗତକାଲି ପୋଲିସ ମାଡରେ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ, ଆଜି ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି। ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ମହିଳା ଜଣକ ହେଲେ ବ୍ରହ୍ମପୁରର ୫୩ ବର୍ଷୀୟା ସୁନୀତା ନାୟକ ବୋଲି ଜଣାପଡିଛି।
ସୁନୀତା ତାଙ୍କ ପରିବାର ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଭିତର ବ୍ୟାରିକେଡ୍ ଭିଡ଼ ମଧ୍ୟରେ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ୨ବ୍ୟକ୍ତି ଠେଲାପେଲା ମଧ୍ୟରେ ତାଙ୍କ ହାତ ମୋଡ଼ି ଠେଲି ଦେଇଥିଲେ। ଏହି ଘଟଣାରେ ମହିଳାଙ୍କ ଡାହାଣ ହାତ ଭାଙ୍ଗିଯାଇଥିଲା। ପରିବାର ଲୋକେ ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମାଡ଼ ମାରିଥିବା ୨ ବ୍ୟକ୍ତିଙ୍କୁ ସିଂହଦ୍ଵାର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ଆଜି ପବିତ୍ର ମାଘ ସପ୍ତମୀ; ଜାଣନ୍ତୁ କଣ ରହିଛି ପୌରାଣିକ କାହାଣୀ