ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ହର ହର ମହାଦେବ ମନ୍ତ୍ର ସାଙ୍ଗକୁ ହୋମ ଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ। ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ନାଗା ବାବାଙ୍କ ହେବ ମହା ସମାବେଶ।
ବାଜାବାଣ ରୋଷଣୀ ନେଇ ଦେବସଭାରେ ବିରାଜମାନ କରିବେ ପ୍ରଭୁ । ପରେ ଆରମ୍ଭ ହେବ ମହାଯଜ୍ଞ । ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ନାଗାସାଧୁଙ୍କର ଚାଲିବ ବିଶ୍ବଶାନ୍ତି ମହାଯଜ୍ଞ। ଲାଗିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ପଞ୍ଚଦେବତାଙ୍କ ଉଦେଶ୍ୟରେ ହୋଇଥିବା ପଞ୍ଚଯଜ୍ଞ କୁଣ୍ଡର ପୂଜା କରିବା ସହ କଳସ ଯାତ୍ରାରୁ ଆସିବା ପରେ ଆରମ୍ଭ ହେବ ଯଜ୍ଞ ଏବଂ ପୂଜାର୍ଚ୍ଚନା । ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ମେଳାରେ ମୋଟ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।