ଭୁବନେଶ୍ୱର: ଏଣିକି ସୋମବାର ଆଉ କୌଣସି ସରକାରୀ ବୈଠକ ବସିବ ନାହିଁ । ଏ ନେଇ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରାଯାଉଛି । ଏହା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ ଶୁଣାଣି ହେଉଛି । ସେଥିପାଇଁ ସମସ୍ତ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣାଣି ଉପରେ ଗୁରୁତ୍ୱ ଦେବେ । ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିଷ୍ପତ୍ତି ନେଇଛନ୍ତି ।
ଏବେ କେବଳ ପ୍ରତ୍ୟେକ ମାସର ତୃତୀୟ ଶନିବାରରେ ସରକାରୀ ବୈଠକ ବସିବ । ଏଥିରେ ପ୍ରକଳ୍ପ ଭିତ୍ତିଭୂମି ସମୀକ୍ଷା ବୈଠକ ବସିବ । ପ୍ରତି ବୈଠକରେ ପ୍ରାୟ ଦଶଟି ବିଭାଗ ବିଭିନ୍ନ ପ୍ରକଳ୍ପ ଭିତ୍ତିଭୂମିର ସମୀକ୍ଷା ହେବ । କଣ କାର୍ଯ୍ୟ ହୋଇଛି ଏବଂ ଆଗାମୀ ଦିନରେ କଣ କାର୍ଯ୍ୟହେବ ତାହା ଉପରେ ସମୀକ୍ଷା ଆଲୋଚନା କରାଯିବ ।