ଭୁବନେଶ୍ୱର : ପୁଅ ଓ ଝିଅ ମଧ୍ୟରେ କୌଣସି ବାଛ ବିଚାର ନକରି ଲିଙ୍ଗଗତ ସମାନତା ଆଣିବା ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଏ। କନ୍ୟା ସନ୍ତାନ ମାନଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ପିଢ଼ିଗତ ପରିବର୍ତ୍ତନର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାଏ ଏହି ଦିବସ। କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନ ମାନସିକତାକୁ ଦୂର କରିଥାଏ ଏହି ଦିବସ। ଏପରିକି “ବେଟି ବଚାଓ ବେଟି ପଢ଼ାଓ” ବାର୍ତ୍ତା ମଧ୍ୟ ଦେଇଥାଏ।
କେଉଁ ଦିନ ଠାରୁ ପଲବ ହେଲା ଏହି ଦିବସ :
ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ କନ୍ୟା ସନ୍ତାନ ଜନ୍ମ ହେଲେ ମା’ବାପାଙ୍କ ଲାଗି ବୋଝ ସାଜିବ। ଏଭଳି ହୀନ ମାନସିକତା ଯୋଗୁ ସମାଜରେ ଦିନକୁ ଦିନ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ଚୟନ ଓଡ଼ିଶାର ଜନସଂଖ୍ୟା ଧାରାକୁ ପ୍ରଭାବିତ କରୁଛି ତେଣୁ ଏହା ଏକ ଚିନ୍ତାର ବିଷୟ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରଥମ ଥର ପାଇଁ ୨୦୦୮ରୁ ପ୍ରତିବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରାଯାଇଥିଲା।
କନ୍ୟା ସନ୍ତାନଙ୍କ ପ୍ରତି ସାମାଜିକ ଅବଲୋକନ ଏବଂ ଆଭିମୁଖ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ସାମୂହିକ ପ୍ରୟାସକୁ ପ୍ରେରଣା ଦେବା ପାଇଁ “ବେଟି ବଚାଓ ବେଟି ପଢ଼ାଓ” ଭଳି ସରକାରଙ୍କ କାର୍ଯ୍ୟକ୍ରମର ସେ ଉଚ୍ଚପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳ ପ୍ରତିଭାକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯାଇଥିଲା।
କିପରି ପାଳନ ହୁଏ ଏହି ଦିବସ :
ଜାତୀୟ କନ୍ୟାସନ୍ତାନ ଦିବସରେ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଉପାନ୍ତ ଗ୍ରାମକୁ ଯାଇ କନ୍ୟା ସନ୍ତାନମାନଙ୍କୁ ଏକାଠି କରି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରିବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସେମାନେ କିପରି ପାଠ ପଢିବେ ସେ ନେଇ ବ୍ୟବସ୍ଥା କରିଥାନ୍ତି। ଏହାସହିତ ଖାତା, ବହି, ପେନସିଲ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଥାନ୍ତି।
ଅଧିକ ପଢନ୍ତୁ : ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ