ପୁରୀ : ପୁରୀରେ ଭୟଙ୍କର ମର୍ଡର। ଏସ୍ସିଏସ୍ କଲେଜ ସମ୍ମୁଖରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କେହି ହତ୍ୟା କରିଥିବା ଅନୁମାନ। ମୃତକ ନିକଟସ୍ଥ ହୋଟେଲରେ କାମ କରୁଥିବା ବେଳେ ତାଙ୍କ ଘର ଜଳେଶ୍ବରର ଅଞ୍ଚଳର ବୋଲି ସୂଚନା ରହିଛି। ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ଘଟଣା ବାବଦରେ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଏସ୍ସିଏସ୍ କଲେଜ ସମ୍ମୁଖରେ ଜଣେ ଯୁବକଙ୍କର କ୍ଷତାକ୍ତ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଏହାପରେ ତୁରନ୍ତ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କର ପେଟ ଓ ଅନ୍ୟାନ୍ୟ ଜାଗାରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ପାଇଥିଲା। ଯାହାଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନା ପୋଲିସ ଅନୁମାନ କରୁଛି। ତେବେ ହତ୍ୟାକାଣ୍ଡ କିଏ ଏବଂ କେଉଁ କାରଣ ଯୋଗୁଁ କରିଛି। ତାହା ଜଣା ପଡ଼ିନଥିବା ବେଳେ ପୋଲିସ ସିସିଟିଭି ଏବଂ ସ୍ଥାନୀୟ ଲୋକଙ୍କ ଆଧାରରେ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ