ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏଥର ପଞ୍ଚାୟତ ନିର୍ବାଚନ ଆଗୁଆ ହୋଇପାରେ । ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ୬ ମାସ ଭିତରେ ଅଧୁରା କାମ ଶେଷ କରିବା ସଭାପତି ମନମୋହନ କହିଛନ୍ତି ।
ମନମୋହନ ସାମଲ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ୬ ମାସ ପରେ ଘୋଷଣା ହେବ । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ଦୁଇରୁ ତିନି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ୬ ମାସ ଭିତରେ ଯେତେ ଅଧୁରା କାମ କରିବାକୁ ସଭାପତି ନିର୍ଦ୍ଦେଶ କହିଛନ୍ତି । ଆସନ୍ତା ନିର୍ବାଚନରେ ସବୁ ବ୍ଲକ, ପଞ୍ଚାୟତ, ୱାର୍ଡ ଏବଂ ଜିଲ୍ଲା ପରିଷଦରେ ଜିତିବାକୁ ପଡିବ । ବିଜେପିକୁ ସବୁ ସ୍ଥାନରେ ନେତୃତ୍ୱ ତିଆରି କରିବାକୁ ପଡ଼ିବ ବୋଲି କହିଛନ୍ତି ମନମୋହନ । ସେହିପରି ପଞ୍ଚାୟତ ସ୍ତରରେ ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ । ଯେଉଁ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ । ସେହିପରି ଯିଏ ଜିଲ୍ଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲାସ୍ତରରେ, ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚାହିଁବେ ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶି ପାରିବେ । ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଆଉ ମାତ୍ର ଛଅ ମାସ ପଞ୍ଚାୟତ ନିର୍ବାଚନ ରହିଲା । ଦିନ ରାତି ଏକ କରି ପରିଶ୍ରମ କରିବା । ସରପଞ୍ଚ ଏବଂ ପଞ୍ଚାୟତ ସମିତି ମେମ୍ବର ଯେଉଁ କାମ କରି ନାହାନ୍ତି ସେମାନେ ୬ ମାସ ଭିତରେ କାମ କରିଦିଅନ୍ତୁ ।