ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ, ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୪୫ ଜଣ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ରହିଛନ୍ତି। ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ। ବିଭିନ୍ନ କ୍ଷେତ୍ରରେ ତିନୋଟି (ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ) ବର୍ଗରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଏ।
୨୦୨୬ ବର୍ଷ ପାଇଁ ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି। ସେମାନେ ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଓ ଚରଣ ହେମ୍ବ୍ରମ। ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ର କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିବ। ଏନେଇ ଜାତୀୟ ଗଣମାଧ୍ୟମରେ ସୁତ୍ରରୁ ସୂଚନା ମିଳିଛି। ସେହିପରି ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ର କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିବ। ସୀମାଞ୍ଚଳ ପାତ୍ରଙ୍କୁ କଳା ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବ। ସୋସିଆଲ ମିଡିଆରେ ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଖବର ପ୍ରସାରିତ ହେଉଛି। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା କୌଣସି ବିଧିବଦ୍ଧ ସୂଚନା ଆସିନାହିଁ।
ଅଧିକ ପଢନ୍ତୁ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ସେବା ପଦକ; ଓଡ଼ିଶାରୁ ଜଣେ CBI ଅଧିକାରୀ ହେବେ ସମ୍ମାନିତ