ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିିରିଜର ତୃତୀୟ ମୁକାବିଲା ଆଜି ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯିବ । ସିରିଜରେ ୨-୦ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ନ୍ୟୁଜିଲାଣ୍ଡ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଛି ।
ନାଗପୁରରେ ଖେଳା ଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୨୩୮ ରନର ବିଶାଳ ସ୍କୋର କରିଥିଲା । ଏହି ମୁକାବିଲାକୁ ଭାରତ ୪୮ ରନରେ ଜିତି ନେଇଥିଲ । ଏହା ପରେ ରାୟପୁରରେ ୨ୟ ଟି-୨୦ରେ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡ ୨୦୮ ରନ କରିଥିଲା । ଜବାବରେ ଭାରତ ୧୫.୨ ଓଭରରେ ଦୁଇ ୱିକେଟ୍ ହରାଇ ମ୍ୟାଚକୁ ଏକତରଫା ଜିତି ନେଇଥିଲା ।
ଗୌହାଟୀର ପିଚ୍ ରିପୋର୍ଟ
ଗୌହାଟୀର ବରସାପରା ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କ ପାଇଁ ବେଶ ଅନୁକୂଳ ରହି ଆସିଛି । ଆଜିର ମ୍ୟାଚରେ ପୁଣି ଥରେ ହାଇସ୍କୋରିଂ ମୁକାବିଲା ଦେଖିବାକୁ ମିଳିପାରେ । ଏହି ମଇଦାନରେ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୨୨ ରନ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ/କୁଲଦୀପ ଯାଦବ, ଯଶପ୍ରୀତ ବୁମରା/ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡର ସମ୍ଭାବିତ ଏକାଦଶ
ଟିମ୍ ସେଇଫର୍ଟ(ୱିକେଟ୍ କିପର), ଡେଭନ କନେ. ରଚିନ ରବୀନ୍ଦ୍ର, ଗ୍ଲେନ ଫିଲିପ୍ସ, ମାର୍କ ଚମ୍ପନ, ଡାରିଲ ମିଚେଲ, ମିଚେଲ୍ ସାଣ୍ଟନର(ଅଧିନାୟକ), କାଇଲ ଜେମିସନ, ମ୍ୟାଟ୍ ହେନରୀ, ଇଶ ସୋଢି ଓ ଜାକବ ଡଫି ।
Also read: ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର ଆଜମଙ୍କୁ ମିଳିଲା ସୁଯୋଗ