ନୂଆଦିଲ୍ଲୀ: ପାକିସ୍ତାନ ରବିବାର ଟି-୨୦ ବିଶ୍ୱକପ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ସଲମାନ ଆଗାଙ୍କୁ ଦିଆଯାଇଛି । ଅନୁଭବୀ ବ୍ୟାଟର ବାବର ଆଜମଙ୍କୁ ଦଳରେ ସାମିଲ୍ କରାଯାଇଛି । ନିକଟରେ ବାବର ଆଜମ ଟି-୨୦ରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ରୁ ଆରମ୍ଭ ହେଉଛି ।
୨୦୦୯ ସବୁଠୁ ଛୋଟ ଫର୍ମାଟର ବିଶ୍ୱକପ୍ ଜିତିଥିବା ପାକିସ୍ତାନ ଗ୍ରୁପ ଏର ଅଂଶ ବିଶେଷ । ଏହି ଗ୍ରୁପରେ ପାକିସ୍ତାନ ସହ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ନେଦରଲାଣ୍ଡ, ଆମେରିକା ଓ ନାମିବ୍ୟା ରହିଛି । ପାକିସ୍ତାନ ଫେବୃଆରୀ ୭ରେ ନେଦରଲାଣ୍ଡ ସହ ମୁକାବିଲା କରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଫେବୃଆରୀ ୧୫ରେ କଲୋମ୍ବୋରେ ଖେଳାଯିବ ।
ହାରିସ ରଉଫଙ୍କ ଅନୁପସ୍ଥିତିରେ ପାକିସ୍ତାନ ନିଜର ପେସ ୟୁନିଟରେ ଶାହୀନ ଶାହ ଆଫ୍ରିଦି ଓ ନସୀମ ଶାହଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି । ସ୍କ୍ୱାଡରେ ଫହୀମ ଅଶରଫ, ଶାଦାବ ଖାନ ଓ ମହମ୍ମଦ ନୱାଜ ପରି ଅଲରାଉଣ୍ଡର ଅଛନ୍ତି ।
ପାକିସ୍ତାନୀ ଦଳ
ସଲମାନ ଅଲୀ ଆଗା(ଅଧିନାୟକ), ଅବରାର ଅହମ୍ମଦ, ବାବର ଆଜମ, ଫହୀମ ଅଶରଫ, ଫଖର ଜମାନ, ଖ୍ୱାଜା ମହମ୍ମଦ ନଫେ(ୱିକେଟ୍ କିପର), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସୀମ ଶାହ, ସାହିବଜାଦା ଫରହାନ(ୱିକେଟ୍ କିପର), ସାମ ଆୟୁବ, ଶାହୀନ ଶାହ ଆଫ୍ରିଦି, ଶାଦାବ ଖାନ, ଉସ୍ମାନ କାନ, ଉସ୍ମାନ ତାରିକ ।