ନୂଆଦିଲ୍ଲୀ: ରାତି ପହିଲେ ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ, ତେବେ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗଣତନ୍ତ୍ର ଦିବସର ପବିତ୍ର ପର୍ବ ଆମକୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଆମ ଦେଶର ଅବସ୍ଥା ଏବଂ ଦିଗ ଉପରେ ଚିନ୍ତନ କରିବାର ସୁଯୋଗ ପ୍ରଦାନ କରେ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, "୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ, ଆମେ ସାମ୍ବିଧାନିକ ଆଦର୍ଶ ଦିଗରେ ଆମର ଗଣରାଜ୍ୟକୁ ଆଗକୁ ବଢାଇବା ଆରମ୍ଭ କରିଥିଲୁ। ଏହି ଦିନ ଆମର ସମ୍ବିଧାନ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିଲା। ଗଣତନ୍ତ୍ରର ମାତୃଭୂମି ଭାରତ, ଉପନିବେଶବାଦୀ ଶାସନର ଆଇନରୁ ମୁକ୍ତ ହୋଇଥିଲା ଏବଂ ଆମର ଗଣତାନ୍ତ୍ରିକ ଗଣରାଜ୍ୟ ଅସ୍ତିତ୍ୱ ପାଇଥିଲା।"
"ଆମର ସମ୍ବିଧାନ ବିଶ୍ୱ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ଗଣରାଜ୍ୟର ମୂଳଦୁଆ। ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା, ଭ୍ରାତୃତ୍ବର ଆଦର୍ଶ ଆମ ଗଣରାଜ୍ୟକୁ ପରିଭାଷିତ କରେ। ଏହି ଆଦର୍ଶଗୁଡ଼ିକ ସମ୍ବିଧାନର ପ୍ରତିଷ୍ଠାତା ପୂର୍ବପୁରୁଷଙ୍କ ଆତ୍ମା ଏବଂ ଆମ ଦେଶର ଏକତାର ମୂଳଦୁଆ"।
"ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ରାଷ୍ଟ୍ରର ନବନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସେବାରେ ଜନ ପ୍ରତିନିଧିମାନେ କାମ କରୁଛନ୍ତି। ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ମହିଳା ସଶକ୍ତିକରଣର ଏହା ବରିଷ୍ଠ ଉଦାହରଣ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବଢୁଛି" ବୋଲି କହିଛନ୍ତି ରାଷ୍ଟ୍ରପତି ।
ଅଧିକ ପଢନ୍ତୁ: ୨୦୨୬ ପାଇଁ ପଦ୍ମ ପୁରସ୍କାର ଘୋଷଣା; ଓଡ଼ିଶାରୁ ପାଇବେ ୪ ଜଣ, ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ପଦ୍ମଶ୍ରୀ ତାଲିକାରେ ରୋହିତ ଶର୍ମା