ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଯାଇଛି। ସଜେଇ ହୋଇଛି ଗାନ୍ଧୀ ମାର୍ଗ। ରାଜ୍ୟପାଳ ହରିବାବୁ କମ୍ଭମପାଟି ପତାକା ଉତ୍ତୋଳନ କରିବେ। ଜାତୀୟ ସଙ୍ଗୀତ 'ଜନ ଗଣ ମନ ଅଧି..' ଗୁଞ୍ଜରିତ ହୋଇଉଠିବ ଗାନ୍ଧୀ ମାର୍ଗ। ପତାକା ଉତ୍ତୋଳନ ପରେ ଅଭିଭାବନ ଗ୍ରହଣ କରିବେ ରାଜ୍ୟପାଳ। ଗାନ୍ଧୀ ମାର୍ଗରେ ଚିତ୍ତାକର୍ଷକ ପରେଡ ହେବ । ଭାଗ ନେବେ ୫୧ କଣ୍ଟିଜେଣ୍ଟ।
ପ୍ରତ୍ୟେକ ବର୍ଷ ପରି ରାଜ୍ୟର ବିଭିନ୍ନ ୟନିଫର୍ମ ଟ୍ରୁପ୍ ସହ ସିଆରପିଏଫ, ଓଆଇଏସଏଫ, ହୋମଗାର୍ଡ, ସିଭିଲ ଡିଫେନ୍ସ ଭଳି ବିଭିନ୍ନ କଣ୍ଟିଜେଣ୍ଟ ପରେଡ କରିବେ। ଗାନ୍ଧୀ ମାର୍ଗରୁ ପ୍ରଦର୍ଶିତ ହେବ ରାଜ୍ୟର ସାଂସ୍କୃତି ଝଲକ। ୫ଟି ଲୋକ ନୃତ୍ୟ ଓ ଲୋକକଳା ଗ୍ରୁପ ଅଂଶ ଗ୍ରହଣ କରିବେ। ଚଳିତ ଥର ପରେଡର ନେତୃତ୍ୱ ନେଉଛନ୍ତି ଯୁବ IPS ଅଧିକାରୀ ରାକେଶ ସାହୁ। ଏଥର ଗଣତନ୍ତ୍ର ଦିବସରେ ବଡ଼ ଆକର୍ଷଣ ହେବ ଡେୟାର ଡେଭିଲ ସୋ। ଦୁଃସାହସିକ ବାଇକ ଷ୍ଟଣ୍ଡ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ। ତା ସହ ଚିତ୍ତାକର୍ଷକ ହେବ ୧୪ଟି ପ୍ରଜ୍ଞାପନ ମେଢ଼ ।