ନୂଆଦିଲ୍ଲୀ: ଭାରତର ଷ୍ଟାର ଟି-୨୦ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଆଘାତରୁ ସୁସ୍ଥ ହୋଇଛନ୍ତି। ସେ ଆସନ୍ତା ୩ତାରିଖରେ ଦଳରେ ଯୋଗଦେବାକୁ ଫିଟ୍ ଅଛନ୍ତି। ଭାରତୀୟ ଦଳ ଫେବ୍ରୁଆରୀ ୭ରେ ଟି-୨୦ ବିଶ୍ୱକପ୍ରେ ତା’ର ଅଭିଯାନ ଆରମ୍ଭ କରିବ।
ବିଜୟ ହଜାରେ ଟ୍ରଫି ମ୍ୟାଚ୍ ପାଇଁ ରାଜକୋଟରେ ଥିବା ତିଲକଙ୍କୁ ଜାନୁଆରୀ ୮ରେ ଜଙ୍ଘ ଆଘାତ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶରେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା।
ପରେ ତାଙ୍କୁ ଜାନୁଆରି ୨୧ରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜରୁ ବାଦ ଦିଆଯାଇଥିଲା। ପ୍ରଥମ ତିନୋଟି ଟି୨୦ ମ୍ୟାଚ୍ ପାଇଁ ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ତଥାପି ସୂତ୍ର ଅନୁସାରେ, ତିଲକ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବାକି ଦୁଇଟି ମ୍ୟାଚ୍ ଖେଳିବେ ନାହିଁ।
ଅଧିକ ପଢ଼ନ୍ତୁ: ପ୍ରଥମ ଥର ତ୍ରିରଙ୍ଗାର ମହାନତା ଦେଖିଲେ ୪୧ଗ୍ରାମବାସୀ