ନୂଆଦିଲ୍ଲୀ: ପରମ୍ପରାକୁ ନେଇ ପ୍ରଗତି ପଥେ ଆଗେଇ ଚାଲିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟ ପଥରେ ଗଡ଼ିଛି । ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଗଡ଼ିଛି । ଯେଉଁଥିରେ ପରମ୍ପରାରୁ ପ୍ରଗତି, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନ, ସେମିକଣ୍ଡକ୍ଟର, ମହିଳା ସଶକ୍ତିକରଣ, କୋରପୁଟ ଜିଲ୍ଲାର କଫି, ପଟ୍ଟଚିତ୍ର ଓ ତାରକସୀକୁ ସ୍ଥାନ ଦିଆଯାଇଛି । ସେହିପରି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରଦର୍ଶିତ ହୋଇଛି । ରାଜ୍ୟର ପ୍ରଗତିର ବାର୍ତ୍ତାକୁ ପାରମ୍ପାରିକ ଘୋଡ଼ା ନାଚ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
ଦିଲ୍ଲୀର କର୍ତ୍ତବ୍ୟ ପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଗଣତନ୍ତ୍ର ଦିବସ ଉତ୍ସବରେ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇଛି । ଆଇଏସ୍ଏସ୍ରେ ତାଙ୍କର ୧୮ ଦିନିଆ ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।