କେନ୍ଦୁଝର: କେନ୍ଦୁଝର ସଦର ମହକୁମାରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମନ୍ତ୍ରୀ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏବେ ସାମଗ୍ରୀକ ବିକାଶ ପଥରେ ଆଗେଇବ କେନ୍ଦୁଝର ଜିଲ୍ଲା ଏବଂ ଏଥିପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏଥିପାଇଁ ଏମାଟିର ସନ୍ତାନ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଚେଷ୍ଟିତ ବୋଲି ମନ୍ତ୍ରୀ କହିଥିଲେ ।
ଏଥିରେ ସମୁଦାୟ ୫୩ଟି ଟ୍ରୁପ୍ ଅଂଶଗ୍ରହଣ କରିବା ସହ ୬ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ପରେଡରେ କୃତିତ୍ୱ ହାସଲ କରିଥିବା ଦଳ ଓ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ଵମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମସ୍ତ ଦଳଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ୨୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା ।