ଢେଙ୍କାନାଳ: ନିଆଁରେ ଜଳିଗଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଶାଗବାରୀ ଗାଁରେ। ମହିଳା ଜଣକ ନିଆଁ ପୁହିାଁଉ ଥିବା ସମୟରେ ଏଭଳି ଅଘଟଣ ଘଟିଛି। କ୍ଷଣକରେ ତାଙ୍କୁ ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିଲା। ଅଘଟଣରେ ମହିଳା ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି।
ଗୁରୁତର ମହିଳା ଜଣଙ୍କ ହେଲେ ଶାଗବାରୀ ଗାଁର ରାଇମଣି ସିଦ୍ଦୁ । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ନିଆଁରେ ପୋଡି ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।